ପ୍ରକୃତ ସ୍ୱାଧୀନତା କ’ଣ ଅଟେ?

ପ୍ରକୃତ ସ୍ୱାଧୀନତା କ’ଣ ଅଟେ?

ସ୍ୱାଧୀନତାର ସଂଜ୍ଞା

ଆମ ପାଇଁ ମୁକ୍ତ କିମ୍ବା ସ୍ୱାଧୀନତାର ଅର୍ଥ ହେଉଛି ଆମେ ନିର୍ବାଚିତ ସରକାର ଅଧୀନରେ ଆମେ ସ୍ୱାଧୀନତାରେ କାର୍ଯ୍ୟ କରିବା, କହିବା ଏବଂ ବଞ୍ଚିବା । ନିଜ ପିଞ୍ଜରାରୁ ମୁକ୍ତ ହୋଇଥିବା ପକ୍ଷୀ କିମ୍ବା ଜେଲରୁ ମୁକ୍ତ ହୋଇଥିବା କଏଦୀ ମଧ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରକାରର ସ୍ୱାଧୀନତା ଅନୁଭବ କରିଛନ୍ତି ।

 କିନ୍ତୁ ଏହା ପ୍ରକୃତ ସ୍ୱାଧୀନତାର ସମ୍ପୂର୍ଣ୍ଣ ପରିଭାଷା କି?

 ହଁ, ଏହା ରାଜନୈତିକ ସ୍ୱାଧୀନତାର ପରିଭାଷା ହୋଇପାରେ । କିନ୍ତୁ ଆହୁରି ଅନେକ ପ୍ରକାରର ସ୍ୱାଧୀନତା ଅଛି, ଯେପରି – ନୈତିକ କିମ୍ବା ଆଧ୍ୟାତ୍ମିକ ସ୍ୱାଧୀନତା । ରାଜନୈତିକ ସ୍ୱାଧୀନତା ହାସଲ କରିବାର ଏତେ ବର୍ଷ ପରେ ମଧ୍ୟ ଆଜି ଆମେ କ’ଣ ନୈତିକ ଏବଂ ଆଧ୍ୟାତ୍ମିକ ଭାବରେ ମୁକ୍ତ କି? କେବଳ ବାହ୍ୟ ସ୍ୱାଧୀନତା ଅପେକ୍ଷା ସମ୍ପୂର୍ଣ୍ଣ ସ୍ୱାଧୀନତା ହାସଲ କରିବାରେ ଆମେ ଅଧିକ ଆନନ୍ଦିତ ହେବା ଉଚିତ୍ ।  ଆମେ ସମସ୍ତେ ମୂଳତଃ ପାପର ବନ୍ଧନରେ ବାନ୍ଧି ହୋଇଅଛୁ ଏବଂ ଆମେ ଚାହିଁଲେ ମଧ୍ୟ ଏହି ବନ୍ଧନରୁ ନିଜକୁ ମୁକ୍ତ କରିବାକୁ ସକ୍ଷମ ହୋଇ ନ ଥାଉ, କାରଣ ଆମେ ପାପୀ ହୋଇ ଜନ୍ମ ହୋଇଛୁ ଏବଂ ପାପ ଆମ ବ୍ୟକ୍ତିତ୍ୱର ପ୍ରତ୍ୟେକ ଦିଗରେ ଉପସ୍ଥିତ । ବାଇବଲ ଆମକୁ କହେ ଯେ ଈଶ୍ଵର ମନୁଷ୍ୟକୁ ତାଙ୍କର ଗୌରବ ଏବଂ ସହଭାଗିତା ନିମନ୍ତେ ସୃଷ୍ଟି କରିଛନ୍ତି । ଏପରି ଏକ ସମୟ ଥିଲା ଯେତେବେଳେ ମଣିଷ ଈଶ୍ଵରଙ୍କ ସହିତ ଏକ ସିଦ୍ଧ ଏବଂ ମଧୁର ସହଭାଗୀତା ମଧ୍ୟରେ ଥିଲା ଏବଂ ପାପର ଦାସ ନ ଥିଲା ।

ଏ ପର୍ଯ୍ୟନ୍ତ ପାପାରେ କି ?

କିନ୍ତୁ ଆମର ପ୍ରଥମ ପିତାମାତା ଈଶ୍ଵରଙ୍କ ଆଦେଶକୁ ଅବମାନନା କଲେ ଓ ପରିଣାମ ସ୍ଵରୂପେ ସେହି ସ୍ୱାଧୀନତା ହରାଇଲେ ଏବଂ ସେହି ଦିନଠାରୁ ସମଗ୍ର ମାନବ ଜାତି ପାପର ଦାସତ୍ୱରେ ରହି ଆସୁଅଛି । ଆମ ପ୍ରଥମ ପିତାମାତା ଈଶ୍ଵରଙ୍କ ସୃଷ୍ଟିର ଉଦ୍ଦେଶ୍ୟକୁ ପରିତ୍ୟାଗ କରି ପାପ କରିବାକୁ ଚୟନ କଲେ ଏବଂ ଫଳସ୍ୱରୂପ, ସମଗ୍ର ମାନବ ଜାତି ଈଶ୍ଵରଙ୍କ ସହଭାଗୀତାରୁ ବିଚ୍ଛିନ୍ନ ହୋଇ ବର୍ତ୍ତମାନ ପାପର ଅଧୀନ ହୋଇଛନ୍ତି । ପାପର ପ୍ରତିଫଳ କେବଳ ଶାରୀରିକ ମୃତ୍ୟୁ ନୁହେଁ ବରଂ ଆତ୍ମିକ ଏବଂ ଅନନ୍ତ ମୃତ୍ୟୁ । ସେଥିପାଇଁ ମଣିଷ ଆଜି ଆତ୍ମିକ ଭାବରେ ମୃତ ଏବଂ ଈଶ୍ଵରଙ୍କଠାରୁ ଦୂରରେ ଅଛି ।

ପ୍ରକୃତ ସ୍ୱାଧୀନତାକୁ ପଥ

ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ସମସ୍ତଙ୍କ ପାପର ପ୍ରାୟଶ୍ଚିତ ସ୍ଵରୂପେ କ୍ରୁଶରେ ନିଜ ଜୀବନକୁ ବଳି ଦେଲେ ଏବଂ ତୃତୀୟ ଦିନରେ ମୃତ୍ୟୁରୁ ଉଠିଲେ, ଯେପରି ଯେ କେହି ତାହାଙ୍କୁ ବିଶ୍ୱାସ କରେ ସେ ବିନଷ୍ଟ ହେବ ନାହିଁ କିନ୍ତୁ ଅନନ୍ତ ଜୀବନ ପାଇବ । ଯେଉଁମାନେ ପ୍ରଭୁ ଯୀଶୁଙ୍କ ଆଶ୍ରୟ ନିଅନ୍ତି, ସେମାନେ ସେମାନଙ୍କ ଜୀବନରେ ପ୍ରକୃତ ଏବଂ ସମ୍ପୂର୍ଣ୍ଣ ସ୍ୱାଧୀନତା ଗ୍ରହଣ କରିପାରିବେ ଏବଂ ତାହା ଅନୁଭବ କରିପାରିବେ ।