ମୃତ୍ୟୁକୁ ପରାସ୍ତ କରିଥିବା ବ୍ୟକ୍ତି!

Death_defeated

ମୃତ୍ୟୁକୁ ରୋକାଯାଇପାରିବ କି?

ଆମେ ଏକ ଦୁନିଆରେ ବାସ କରୁଛୁ ଯେଉଁଠାରେ ମୃତ୍ୟୁ ଅନିବାର୍ଯ୍ୟ । ମାନବଜାତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି, କିନ୍ତୁ ମୃତ୍ୟୁର ରହସ୍ୟ ସମାଧାନ କରିବାରେ ସକ୍ଷମ ହୋଇ ନାହିଁ । ଯଦିଓ ଗବେଷଣା ଜଣଙ୍କର ଦୀର୍ଘାୟୁକୁ କିପରି ଉନ୍ନତ କରାଯିବ ସେ ସମ୍ବନ୍ଧରେ ଅନୁସନ୍ଧାନ ଜାରି ରଖିଛି, ତଥାପି ଆମେ କୌଣସି ଆଖିଦୃଶିଆ ଫଳାଫଳ ଦେଖିବାକୁ ପାଇନାହୁଁ । ପ୍ରକୃତରେ ମୃତ୍ୟୁକୁ ରୋକାଯାଇପାରିବ କି? ମୃତ୍ୟୁ ପରେ ଜୀବନ ପ୍ରତି କ’ଣ ହୁଏ?

ମୃତ୍ୟୁ ପାଇଁ ଜନ୍ମ ହୋଇଥିବା ବ୍ୟକ୍ତି ।

ଏହି ଇଷ୍ଟର (ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଦିବସ) ରେ, ଆସନ୍ତୁ ଦେଖିବା ଜଣେ ମଣିଷ ଯିଏ କେବଳ ମରିବା ପାଇଁ ଜନ୍ମ ହୋଇଥିଲେ । ଗୋଟେ ମିନିଟ୍ ଅପେକ୍ଷା କରନ୍ତୁ !!! ମରିବା ପାଇଁ ଜନ୍ମ ହୋଇଥିଲେ? ହଁ, ସେ ମାନବଜାତିର ପାପ ପାଇଁ ମରିବା ପାଇଁ ଜନ୍ମ ହୋଇଥିଲେ । ଯୋହନ ୩:୧୬ କହେ, “କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ଵିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” ମନୁଷ୍ୟକୁ ରକ୍ଷା କରିବା ପାଇଁ ଈଶ୍ଵରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଥିଲେ । ରୋମୀୟ ୩:୨୩ ରେ ବାଇବଲ କହେ, “ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ଵରଙ୍କ ଗୌରବରହିତ ହୋଇଅଛନ୍ତି ।” ଆମେ ଜନ୍ମ ହେବା ଦିନଠାରୁ ଆମ ଭିତରେ ପାପର ପ୍ରକୃତି ଅଛି । ଆମକୁ ମିଛ କହିବା କିମ୍ବା ଚୋରି କରିବାକୁ କେହି ଶିଖାଇଲେ ନାହିଁ । କିନ୍ତୁ ଆମେ ପତିତ ମାନବ ପ୍ରକୃତିର ଏହି ଜନ୍ମିତ ଗୁଣଗୁଡିକ ପ୍ରଦର୍ଶନ କରୁ । ତର୍କ ଅନୁସାରେ, ପ୍ରତ୍ୟେକ ପାପୀ ଦଣ୍ଡିତ ହୁଅନ୍ତି । | ଈଶ୍ଵରଙ୍କ ନ୍ୟାୟାଳୟରେ ଏହା କିପରି କାର୍ଯ୍ୟ କରେ? ଈଶ୍ଵର ପାପକୁ ମୃତ୍ୟୁ ସହିତ ଦଣ୍ଡ ଦିଅନ୍ତି ଏବଂ ମନୁଷ୍ୟ ସେହି ଦଣ୍ଡ ପାଇବାର ଯୋଗ୍ୟ । କିନ୍ତୁ, ଯୀଶୁ ଖ୍ରୀଷ୍ଟ ଆପଣା ମୃତ୍ୟୁ ଦ୍ୱାରା ମନୁଷ୍ୟର ପାପର ଦଣ୍ଡ ସ୍ଵୟଂ ଗ୍ରହଣ କଲେ । ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶର ନିଷ୍ଠୁର ମୃତ୍ୟୁ ମନୁଷ୍ୟର ପାପର ଗଭୀରତାକୁ ପ୍ରକାଶ କରେ । କିନ୍ତୁ, ତାହାଙ୍କ କାହାଣୀ ମୃତ୍ୟୁ ସହିତ ଶେଷ ହୁଏ କି?

ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଥିବା ବ୍ୟକ୍ତି

ଲୂକ ଲିଖିତ ସୁସମାଚାରର ୨୪ ଅଧ୍ୟାୟ ଅନୁସାରେ, ଆମେ ଏକ ଚମତ୍କାର କାହାଣୀ ଦେଖୁ, ଯେତେବେଳେ ଯୀଶୁଙ୍କ ସମାଧିସ୍ଥଳରୁ ପଥରଟି କିପରି ଗଡ଼ିଗଲା ଏବଂ ଦୂତମାନେ ଘୋଷଣା କଲେ ଯେ ଯୀଶୁ ପୁନରୁତ୍ଥିତ ହୋଇଛନ୍ତି । ଏହା ସମ୍ଭବତଃ ସତ ହୋଇପାରେ କି? ପ୍ରତ୍ୟେକ ମନୁଷ୍ୟର ଅଭିଜ୍ଞତା ଆଖି ସାକ୍ଷୀ ଦ୍ୱାରା ପ୍ରମାଣିତ ହେବା ଉଚିତ୍ । ଆମେ ଦେଖୁ ଯେ ଆଜି ମଧ୍ୟ ନ୍ୟାୟାଳୟଗୁଡ଼ିକରେ ପ୍ରତ୍ୟକ୍ଷଦର୍ଶୀମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଠାରେ ସାକ୍ଷୀଙ୍କ ସଂଖ୍ୟା ଦ୍ୱାରା ଏକ ମାମଲାର ଯୋଗ୍ୟତା ହିସାବ କରାଯାଏ । ଏହି ନିର୍ଦ୍ଦିଷ୍ଟ ଘଟଣାର ଅନେକ ପ୍ରତ୍ୟକ୍ଷଦର୍ଶୀଙ୍କୁ ଦେଖିବା । ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନ ଅନ୍ୟାନ୍ୟ ଇତିହାସ ପୁସ୍ତକ ବ୍ୟତୀତ ମୁଖ୍ୟତଃ ମାଥିଉ, ମାର୍କ, ଲୁକ ଏବଂ ଯୋହନଙ୍କ ଚାରୋଟି ସୁସମାଚାରରେ ଉପସ୍ଥାପିତ ହୋଇଛି । ଜଣେ ମହିଳା ଯାହାଙ୍କ ନାମ ମଗ୍ଦଲୀନୀ ମରିୟମ, ଯାହାଙ୍କୁ ଯୀଶୁ ଖ୍ରୀଷ୍ଟ ପ୍ରଥମେ ଦେଖା କଲେ ଏବଂ ପରେ ତାଙ୍କ ଶିଷ୍ୟମାନେ ତାହାଙ୍କୁ ଦେଖିଲେ । ଯେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଥିଲେ, ସେ ସେମାନଙ୍କୁ ଆପଣା ହାତ ଓ ଗୋଡ଼ ଦେଖାଇ କହିଲେ, “ଏ ଯେ ସ୍ଵୟଂ ମୁଁ, ମୋର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ ।” ଇତିହାସରେ ଏହା ଏକମାତ୍ର ଉଲ୍ଲେଖ ହୋଇଥିବା ଚମତ୍କାର, ଯିଏ ମୃତ୍ୟୁବରଣ କଲେ ଏବଂ ପୁନର୍ବାର ବଞ୍ଚିଲେ । କେବଳ ଯୀଶୁ ଖ୍ରୀଷ୍ଟ ମୃତ୍ୟୁବରଣ କରି ପୁନରୁ‌ତ୍‌ଥିତ ହୋଇ ନାହାଁନ୍ତି, ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଦିନେ ସେ ଆସିବାକୁ ପ୍ରତିଜ୍ଞା କରି ସ୍ୱର୍ଗକୁ ମଧ୍ୟ ଗଲେ। ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଈଶ୍ଵରଙ୍କ ସହିତ ଅନନ୍ତ ଜୀବନ ଅଛି । ଏହା ସତ କି? ହଁ ଯୋହନ ୧୧:୨୬ ରେ ଯୀଶୁ ଖ୍ରୀଷ୍ଟ କହନ୍ତି, “ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋʼଠାରେ ବିଶ୍ଵାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ ।”

ଯୀଶୁ ଖ୍ରୀଷ୍ଟଙ୍କଠାରେ ଅନନ୍ତ ଜୀବନ

ଆମେ କଦାପି ଆମ ଶରୀରର ମୃତ୍ୟୁକୁ ରୋକିବାରେ ସକ୍ଷମ ହୋଇ ପାରିବା ନାହିଁ । କିନ୍ତୁ ଚିରଦିନ ପାଇଁ ବଞ୍ଚୁଥିବା ଆମ ଆତ୍ମାର ଭାଗ୍ୟ ନିର୍ଣ୍ଣୟ କରିପାରିବା । ଆପଣ କିପରି ଆପଣଙ୍କ ପ୍ରାଣ ପାଇଁ ମୋକ୍ଷ ପ୍ରାପ୍ତ କରିପାରିବ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ ଯେ ସେ ଆପଣଙ୍କ ପାପ ପାଇଁ ମରିଲେ । ଆପଣ ଜଣେ ପାପୀ ବୋଲି ଗ୍ରହଣ କରନ୍ତୁ । ଆପଣଙ୍କ ପାପ ସ୍ୱୀକାର କରନ୍ତୁ ଏବଂ ଅନୁତାପ କରନ୍ତୁ । ତାହାଙ୍କୁ ଆପଣଙ୍କ ଜୀବନର ପ୍ରଭୁ ଭାବରେ ଗ୍ରହଣ କରନ୍ତୁ । ସେ ଆପଣଙ୍କୁ କେବଳ ଅନନ୍ତ ଜୀବନ ପ୍ରଦାନ କରିବେ ନାହିଁ ବରଂ ସେ ଆପଣଙ୍କ ହୃଦୟରେ ସଦା ବାସ କରିବେ ।
ଆନନ୍ଦ କର! ଭୟ କର ନାହିଁ ! ଶାନ୍ତି! ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ପରେ ନିଜ ଶିଷ୍ୟମାନଙ୍କୁ ଦେଖିବା ସମୟରେ ଏହି ଶବ୍ଦଗୁଡ଼ିକ ବ୍ୟବହାର କରିଥିଲେ । ଯୁଦ୍ଧ, ଯନ୍ତ୍ରଣା, ରୋଗ ଏବଂ ମୃତ୍ୟୁର ଏହି ଭଗ୍ନ ଜଗତରେ, ଯୀଶୁ ଶାନ୍ତି, ଆନନ୍ଦ ଏବଂ ମୃତ୍ୟୁ ଭୟରୁ ଚିରଦିନ ପାଇଁ ମୁକ୍ତି ପ୍ରଦାନ କରନ୍ତି । ଆପଣ ତାହାଙ୍କୁ ଗ୍ରହଣ କରିବେ କି? ଆପଣଙ୍କ ହୃଦୟରେ ବାସ କରିବାକୁ ତାହାଙ୍କୁ ଆଜି ଅନୁମତି ଦେବେ କି? ଏହି ଇଷ୍ଟର (ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଦିବସ) ଦିନରେ, ପୁନରୁତ୍ଥିତ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ତାଙ୍କଠାରେ ଏକ ନୂତନ ଜୀବନ ପ୍ରଦାନ କରନ୍ତୁ ।

3 comments on “ମୃତ୍ୟୁକୁ ପରାସ୍ତ କରିଥିବା ବ୍ୟକ୍ତି!

  1. Yeah I believed & gotten the everlasting life in the Lord Jesus Christ Who overcome the death.for whole mankind He is alone and alone to give life of everlasting.that also freely all can get by believing on Him.

Comments are closed.