‘ଶୁଭ ଶୁକ୍ରବାର’! ଏକ ତିକ୍ତ ନା ମିଠା ପାନପାତ୍ର ?

ଶୁଭ ଶୁକ୍ରବାର ଏକ ତିକ୍ତ ନା ମିଠା ପାନପାତ୍ର ଥିଲା ?

ଶୁଭ ଶୁକ୍ରବାର ଏକ ତିକ୍ତ ନା ମିଠା ପାନପାତ୍ର ଥିଲା ? ଏକ ମିଠା ପାନୀୟ ଉପଭୋଗ କରିବା ଆମକୁ ସବୁବେଳେ ଶକ୍ତି ଯୋଗାଇଥାଏ କିମ୍ବା ସତେଜ କରିଥାଏ କିନ୍ତୁ ତିକ୍ତ ପାନପାତ୍ର ନୁହେଁ! କୌଣସି ବିଷୟର ତିକ୍ତ ପାନପାତ୍ରକୁ ପ୍ରଶଂସା କରିବା କିମ୍ବା ଗ୍ରହଣ କରିବା କଷ୍ଟକର । କିନ୍ତୁ କଣ ଆପଣ ତିକ୍ତ ଏବଂ ମଧୁର ସ୍ୱାଦ ଏକାଠି ପାଇଛନ୍ତି କି? ମୁଁ ନିଶ୍ଚିତ ଯେ ଏହା ଏତେ ସୁସ୍ବାଦୁ ନୁହେଁ କିମ୍ବା ସବୁଠୁ ଚିରସ୍ଥାୟୀ ଆତ୍ମା କୁ ମଧ୍ୟ ଆନନ୍ଦ ଲାଗୁନଥିବ ।
କିନ୍ତୁ ହଁ, ଯୀଶୁ ଖ୍ରୀଷ୍ଟ ମଧ୍ୟ ସମାନ ଅନୁଭବ କରିଥିଲେ, ଶୁଭ ଶୁକ୍ରବାର ଦିନ ଅତ୍ୟନ୍ତ ବିଚିତ୍ର ଅନୁଭୁତି ଥିଲା । ସେ ଏହି ତିକ୍ତତା ଦେଇଗଲେ କିନ୍ତୁ ଯେତେବେଳେ ଆପଣ ଏବଂ ମୋ ବିଷୟରେ ସେ ଚିନ୍ତା କଲେ, ମଧୁର ଅନୁଭୂତି ପାଇଲେ । ବନ୍ଧୁଗଣ ! ପ୍ରାୟ 2000 ବର୍ଷ ପୂର୍ବେ କଲବରୀ କ୍ରୁଶରେ ଆମର ସମସ୍ତ ପାପ ବହନ କରି ଆମକୁ ଅନନ୍ତ ଶାନ୍ତି ଏବଂ ସୁଖ ପ୍ରଦାନ କରିବା ପାଇଁ ସେ ଏହା କରିଥିଲେ ।

ତିକ୍ତ ପାନପାତ୍ର

ହଁ, ବନ୍ଧୁଗଣ,              
– ତାଙ୍କ ପାନପାତ୍ର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ରକ୍ତ ଝର ରେ ଉଚ୍ଛୁଳି ପଡୁଥିଲା
-ପାନପାତ୍ର ତାଙ୍କ ନରମ ଏବଂ ଉଜ୍ଜ୍ୱଳ ଗାଲରେ ଛେପ ରେ ଉଚ୍ଛୁଳି ପଡ଼ିଲା
-ଶରୀର ପ୍ରହାରୀତ ହୋଇଥିଲା ଏବଂ ଚୂର୍ଣ୍ଣ ହୋଇଥିଲା, ଖଣ୍ଡବିଖଣ୍ଡିତ ହୋଇଥିଲା, ପିଠି ରେ ଚାବୁକ ପ୍ରହାର ହେତୁ ଚିହ୍ନିବା କଷ୍ଟକର ଥିଲା
– ହାତ ଏବଂ ଗୋଡ ବିଦ୍ଧ ହୋଇଥିଲା
– କଣ୍ଟା ମୁକୁଟ ସହିତ ମୁଣ୍ଡ ବିଦ୍ଧ ଏବଂ କ୍ଷତବିକ୍ଷତ ହୋଇଥିଲା!

ଏହି ସମସ୍ତ ଯୀଶୁଙ୍କ ପାଇଁ ସମ୍ପୂର୍ଣ୍ଣ ତିକ୍ତ ଥିଲା, କିନ୍ତୁ ସେ ଶେଷ ବୁନ୍ଦା ପର୍ଯ୍ୟନ୍ତ ଏହାକୁ ପିଇଲେ ଯେପରି ଏହା ମଧୁର ଥିଲା କାରଣ ସେ ପିତାଙ୍କ ଇଚ୍ଛା ପାଳନ କରୁଥିଲେ, ତାଙ୍କ ନିଜ ଇଚ୍ଛା ନୁହେଁ ଯେତେବେଳେ ସେ ଆମ ପ୍ରତ୍ୟକଙ୍କ ବିଷୟରେ ଚିନ୍ତା କଲେ ।

ମଧୁର ମୁକ୍ତି

ଶାରୀରିକ, ମାନସିକ ଦୁଃଖ ଏବଂ ଯନ୍ତ୍ରଣା- ସେ ସମସ୍ତ ଭୋଗିଥିଲେ । ମହା ପବିତ୍ର ଈଶ୍ଵରଙ୍କ ନିର୍ଦ୍ଦୟ କ୍ରୁଶବିଦ୍ଧର ଦିନ, ଯିଏ ତାଙ୍କ ସୃଷ୍ଟିକୁ ଭଲ ପାଉଥିଲେ, ଏହାକୁ ଏକ ତିକ୍ତ କିମ୍ବା ଦୁଃଖ ଶୁକ୍ରବାର କୁହାଯାଇପାରେ ।
କିନ୍ତୁ ଆମ ପ୍ରତ୍ୟେକଙ୍କ ପାଇଁ ଏହା ଏକ ମଧୁର ବା ଶୁଭ ଶୁକ୍ରବାରରେ ପରିଣତ ହୋଇଛି କାରଣ ସେ ସମସ୍ତ ଯନ୍ତ୍ରଣା ଭୋଗିଥିଲେ, ତେଣୁ ଆମର ନିଶ୍ଚିତତା ଅଛି ଯେ ଈଶ୍ବର “ଆମକୁ କେବେ ବି ଛାଡିବେ ନାହିଁ କିମ୍ବା ପରିତ୍ୟାଗ କରିବେ ନାହିଁ” (ବାଇବଲ-ଏବ୍ରୀ 13: 5) । ଯୀଶୁଙ୍କ ଦୁଃଖ ଭୋଗ ଆମକୁ ସମସ୍ତ ପାପର ବନ୍ଧନରୁ ମୁକ୍ତି ଦେଇଥିଲା ଯାହା ଦ୍ଵାରା ଆମକୁ କେବେବି ଈଶ୍ଵରଙ୍କ ପ୍ରେମରୁ ଅଲଗା ହେବାକୁ ପଡ଼ିବ ନାହିଁ । (ରୋମୀୟ: 8:39)

ଯେଉଁମାନେ ବିଶ୍ୱାସ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ସେମାନଙ୍କ ପାଇଁ ଏହି ସମସ୍ତ ଯନ୍ତ୍ରଣା ସହିଥିଲେ ଏବଂ ତାଙ୍କୁ ସେମାନଙ୍କର ପ୍ରଭୁ ଏବଂ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରନ୍ତି, ସେମାନେ ସମସ୍ତ ପାପରୁ ଅନନ୍ତକାଳ ରକ୍ଷା ପାଇବେ ।