ନିରାଶା ସମୟରେ ଆଶା

Uncertainity_odia

ଜଗତ ଏକ ମହାମାରୀ (ଅର୍ଥାତ୍ କୋଭିଡ୍ -୧୯) ଦେଇ ଗତି କରୁଛି । ଏହି ମହାମାରୀର ଉତ୍ପତ୍ତି ଚାଇନାରେ ହୋଇଥିଲା, କିନ୍ତୁ ଏହା ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ ଏହା ସମଗ୍ର ବିଶ୍ୱକୁ ସ୍ଥଗିତ କରିଦେଲା । ଏହା ଦ୍ଵାରା ବିକାଶଶୀଳ ଏବଂ ବିକଶିତ ରାଷ୍ଟ୍ରମାନେ ମଧ୍ୟ ସମାନ ଭାବରେ ପ୍ରଭାବିତ ହୋଇଛନ୍ତି । କେହି ରକ୍ଷା ପାଇଲେ ନାହିଁ । ଏହି ମହାମାରୀ ଯୋଗୁଁ ପ୍ରଭାବିତ ଲୋକ ଏବଂ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ବଢିବା ସହିତ ଆମେ ସମଗ୍ର ବିଶ୍ଵରେ ଲୋକଙ୍କ ହୃଦୟରେ ‘ଅନିର୍ଦ୍ଦିଷ୍ଟତା’ ର ଏକ ଦ୍ୱନ୍ଦ୍ୱ ଦେଖୁଛୁ ।

ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ଚିହ୍ନ ଅଛି ଯେ ଏହି ମହାମାରୀ କେବେ ଶେଷ ହେବ? ଆମେ କେବେ ବିଶ୍ୱକୁ ତା’ର ପୁରୁଣା ଅବସ୍ଥାକୁ ଫେରିଯିବା? ବର୍ତ୍ତମାନ ପର୍ଯ୍ୟନ୍ତ ଜଗତ ଯେମିତି ଅଛି ସେହିପରି ଏହା ରହିବ କି? ଯେତେବେଳେ ସାଧାରଣ ଲୋକଙ୍କ କଥା ଆସେ, ପ୍ରଶ୍ନ ଚିହ୍ନ ଅଧିକ ବ୍ୟକ୍ତିଗତ ହୋଇଯାଏ । ଆମେ ଏହି ମହାମାରୀରୁ ବଞ୍ଚିବା କି? ଆମ ପରିବାରର ବୃଦ୍ଧ ଲୋକମାନେ ଏଥିରୁ ବଞ୍ଚିବେ କି? ବିଶ୍ଵବ୍ୟାପୀ ଅର୍ଥନୀତିର କାର୍ଯ୍ୟକଳାପର ପରିସ୍ଥିତି ଅନୁସାରେ, ଆମର ଚାକିରୀ ରହିବ କି? ଯେଉଁମାନେ ବିଦ୍ୟାଳୟ ଏବଂ କଲେଜରୁ ସ୍ନାତକ ହାସଲ କରିଛନ୍ତି ସେମାନଙ୍କ ପାଇଁ ପ୍ରଶ୍ନ ହେଉଛି, ସେମାନେ ନିଜ ପାଇଁ ଚାକିରି ଏବଂ ଜୀବିକା ଖୋଜି ପାରିବେ କି?
ଯେତେବେଳେ ଆମେ ଉପରୋକ୍ତ ପ୍ରଶ୍ନଗୁଡ଼ିକ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରୁ, ଯାହା ପ୍ରତ୍ୟେକଙ୍କ ହୃଦୟରେ ସନ୍ନିବେଶିତ ହୁଏ, ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇପାରୁ ନାହୁଁ । ହଁ, ଆମେ ଏକ ଅନିଶ୍ଚିତ ସମୟରେ ଅଛୁ । ଯେହେତୁ ଆମେ ଆମ ଜୀବିକା, ପ୍ରିୟଜନ ଏବଂ ନିଜ ଜୀବନକୁ ବିପଦରେ ପକାଉଛୁ, ଗୋଟିଏ ପ୍ରଶ୍ନ ଅଛି ଯାହାର ଉତ୍ତର ବାକି ଅଛି – ଆମେ ଏହି ଅନିଶ୍ଚିତ ସମୟରେ କୌଣସି ବିଷୟର ନିଶ୍ଚିତତା ପାଇପାରିବା କି? ଉତ୍ତରଟି ହଁ ।

ଯେତେବେଳେ ଆମେ ବାଇବଲ ପଢୁ, ଗୋଟିଏ ଶବ୍ଦ ଆମ ଦୃଷ୍ଟି ଆକର୍ଷଣ କରେ । ଏବ୍ରୀ ୧୩ : ୫ ରେ ଲେଖା ଅଛି, “କାରଣ ଈଶ୍ଵର କହନ୍ତି, ‘ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ’ ।” ଯେତେବେଳେ ସଦାପ୍ରଭୁ ପରମେଶ୍ଵର କୁହନ୍ତି ଯେ ସେ ଆମକୁ କେବେବି ଛାଡିବେ ନାହିଁ, ଏହାର ଅର୍ଥ ବହୁତ ଗଭୀର ଅଟେ । ଆମ ଜୀବନରେ ପରିସ୍ଥିତି ଯାହା ହେଉନା କାହିଁକି । ଯଦିଓ ଆମ ଚାକିରିର ଆଶା ଦୁର୍ବଳ ଦେଖାଯାଏ, ଆମ ଏବଂ ଆମ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ଓ ବଞ୍ଚିବା ଅନିଶ୍ଚିତ ମନେହୁଏ, କିନ୍ତୁ ଗୋଟିଏ ବିଷୟ ଅଛି ଯାହାକୁ ଆମେ ଦୃଢ ଭାବରେ ଅପେକ୍ଷା କରିପାରିବା । ଏହା ଈଶ୍ଵରଙ୍କ ଅପରିବର୍ତ୍ତିତ ବାକ୍ୟ ଅଟେ ଯେ ସେ ଆମକୁ କେବେ ବି ଛାଡିବେ ନାହିଁ କିମ୍ବା ପରିତ୍ୟାଗ କରିବେ ନାହିଁ । ଯଦି ଆମେ ଈଶ୍ଵରଙ୍କ ଉପରେ ବିଶ୍ଵାସ କରୁ ଅବଶ୍ୟ ଆମେ ଅନିଶ୍ଚିତତାର ସମୟରେ ଆମେ ନିଶ୍ଚିତତା ପାଇପାରିବା ।

ଯୋହନ ୩:୧୬ ରେ ବାଇବଲ କୁହେ, “କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ଵିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” ପ୍ରଶ୍ନ ହେଉଛି ଯେ ଆମେ କ’ଣ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଈଶ୍ଵରଙ୍କ ଚିରସ୍ଥାୟୀ ପ୍ରେମ ଉପରେ ଆମର ବିଶ୍ଵାସ ରଖିଛୁ କି, ଯାହା ଆମକୁ ଈଶ୍ଵରଙ୍କ ପ୍ରତିଜ୍ଞା ଉପରେ ଆଶ୍ରୟ ନେବାକୁ ଓ ସେ ଯେ ଆମକୁ ଛାଡିବେ ନାହିଁ କିମ୍ବା ଆମକୁ ପରିତ୍ୟାଗ କରିବେ ନାହିଁ ତାହା ବିଶ୍ଵାସ କରିବାକୁ ସକ୍ଷମ କରିବ ।
ଏହି କ୍ଷୁଦ୍ର ଲେଖା ମାଧ୍ୟମରେ ଆମେ ପାଠକମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ଏବଂ ତ୍ରାଣକର୍ତ୍ତା ଭାବରେ ବିଶ୍ଵାସ କରିବାକୁ ଉତ୍ସାହିତ କରିବାକୁ ଚାହୁଁ, ଯେପରି ଭବିଷ୍ୟତରେ ଆପଣଙ୍କ ଜୀବନରେ ଯାହା ଘଟୁ ନା କାହିଁକି ଖ୍ରୀଷ୍ଟଙ୍କଠାରେ ଆପଣଙ୍କ ସ୍ଥିତି ସୁନିଶ୍ଚିତ ରହିବ ।