ଆନନ୍ଦର ଅନୁସନ୍ଧାନ: ଆପଣ ଆନନ୍ଦିତ ଅଛନ୍ତି କି ?

happiness

କ’ଣ ପ୍ରକୃତ ଆନନ୍ଦ ଦେଇପାରେ ?

ସମସ୍ତେ ନିଜ ଜୀବନରେ ସର୍ବତ ଭାବେ ଆନନ୍ଦିତ ହେବାକୁ ଚାହାଁନ୍ତି । ବିଭିନ୍ନ ପଦ୍ଧତି ମାଧ୍ୟମରେ ଆମେ ନିଜକୁ ଆନନ୍ଦିତ ରଖିବା ପାଇଁ ସର୍ବଦା ଚେଷ୍ଟା କରୁ ।
କେତେକଙ୍କ ନିମନ୍ତେ ଏହା ଅର୍ଥ ଉପାର୍ଜନ ଦ୍ୱାରା ପ୍ରାପ୍ତ ହୁଏ । ଅନ୍ୟମାନଙ୍କ ପାଇଁ ଏହା ପ୍ରିୟଜନଙ୍କ ସହିତ ରହିବା ଦ୍ଵାରା ପ୍ରାପ୍ତ ହୁଏ । ଆମେ ଭାବୁଛୁ ଯେ ଯେତେବେଳେ ଆମେ ଆମ ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା, ସେତେବେଳେ ଆମେ ଆନନ୍ଦିତ ହୋଇପାରିବା, ଯେପରିକି ବିବାହ କରିବା, ପିତାମାତା ହେବା, ଘରର ମାଲିକ ହେବା, ଭଲ ଦରମା ପ୍ରାପ୍ତ ଏବଂ ସନ୍ତୋଷଜନକ ଚାକିରି ପାଇବା ଇତ୍ୟାଦି । କିନ୍ତୁ ଆପଣ ଏସବୁକୁ ନେଇ ଆନନ୍ଦିତ କି? ତଥାପି ଏସବୁ ସତ୍ତ୍ଵେ ଆପଣ ଶୂନ୍ୟତାର ଅନୁଭବ କରୁଛନ୍ତି କି? ଆପଣଙ୍କ ସମସ୍ତ ପ୍ରୟାସ ସତ୍ତ୍ଵେ, ଆପଣ ପ୍ରକୃତରେ ସେହି ଗୋଟିଏ ଜିନିଷ ବିନା ସର୍ବଦା ରହନ୍ତି କି ଯାହା ଆପଣଙ୍କ ଜୀବନ ନିମନ୍ତେ ପ୍ରକୃତରେ ଆବଶ୍ୟକ ଅଛି?
ସାରା ବିଶ୍ଵରେ ଆନନ୍ଦର ପ୍ରବାହ

୨୦୧୯ ବର୍ଷର ‘ବିଶ୍ଵ ଆନନ୍ଦ ରିପୋର୍ଟ’ ଅନୁଯାୟୀ, ସମଗ୍ର ବିଶ୍ୱରେ ନାକାରାତ୍ମକ ଭାବନା ବଢିବାରେ ଲାଗିଛି । ମଧ୍ୟ ଏହି ରିପୋର୍ଟରେ ଏହା ବିଶ୍ଳେଷଣ କରାଯାଇଛି ଯେ ୨୦୦୫ ମସିହାରୁ ଆରମ୍ଭ ହୋଇଥିବା ତଥ୍ୟକୁ ଆଧାର କରି ବିଶ୍ଵର ଆନନ୍ଦ କିପରି ବଦଳିଛି । ଏକ ଚିନ୍ତା ଜନକ ସ୍ଥିତି: ନାକାରାତ୍ମକ ଭାବନା – ଚିନ୍ତା, ଦୁଃଖ ଏବଂ କ୍ରୋଧ – ସାରା ବିଶ୍ଵରେ ୨୦୧୦ ଠାରୁ ୨୦୧୮ ମଧ୍ୟରେ ପ୍ରାୟ ୨୭ ପ୍ରତିଶତ ବୃଦ୍ଧି ପାଇଛି । ଯଦି ଆମେ ସାରା ବିଶ୍ଵକୁ ଦେଖିବା, ଆମେ ଦେଖିପାରିବା ଯେ ଏହା ସତ୍ୟ ଅଟେ । ଜଣେ ଆଶ୍ଚର୍ଯ୍ୟ ହେବ ଯେ ଏହି ଦୁନିଆ କୁଆଡେ ଯାଉଛି । ଦିନକୁ ଦିନ, ଆମେ ଅନେକ ଯୁଦ୍ଧ, ଆତଙ୍କବାଦ ଆକ୍ରମଣ, ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ବିଷୟର ଖବର ଶୁଣୁଛୁ, ଏବଂ ଏହା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଅବସ୍ଥାରେ ଜଣେ କିପରି ଆନନ୍ଦିତ ହୋଇପାରିବ?

ପ୍ରକୃତ ଆନନ୍ଦର ରହସ୍ୟ

ଜଣେ ମଣିଷ ଭାବରେ, ଆମ ଜୀବନ ୭୦ କିମ୍ବା ୮୦ ବର୍ଷ ଅଟେ । ଦୁଃଖୀ ହେବା କିମ୍ବା କୌଣସି ଜିନିଷ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଆମେ ଆମ ଜୀବନକୁ ଆନନ୍ଦରେ ବିତାଇବା ଉଚିତ୍ । ଆମେ କିପରି ପ୍ରକୃତ ଶାନ୍ତି ପାଇପାରିବା? ମାନସିକ ଶାନ୍ତି ଏବଂ ଆନନ୍ଦର ସନ୍ଧାନରେ ଅନେକ ଲୋକ ସେମାନଙ୍କର ଧନ ତ୍ୟାଗ କରିବାର କାହାଣୀ ଆମେ ଶୁଣୁ । ନିଶ୍ଚିତ ଭାବରେ, ଏହାର ଏକ ଉପାୟ ରହିବା ଉଚିତ୍ । ବାଇବଲରେ ଏକ ପଦ ଅଛି (ଗାଲାତୀୟ ୫: ୨୨) ଯେଉଁଥିରେ କୁହାଯାଇଛି, “କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ଵସ୍ତତା, ମୃଦୁତା ଓ ଆତ୍ମସଂଯମ ।” ଯଦି ଆମର ଏହି ସମସ୍ତ ଗୁଣ ଅଛି, ତେବେ ଆମେ ପୃଥିବୀର ସବୁଠାରୁ ଆଶୀର୍ବାଦପ୍ରାପ୍ତ ଲୋକ ହେବୁ । ଆମେ ଏହା କିପରି ହାସଲ କରିପାରିବା? ଏହି ପଦଟି ଏକ ଆତ୍ମା ବିଷୟରେ କହେ । ଯଦି ଆମେ ବାଇବଲ ପଢୁ, ଆମେ ଦେଖିପାରୁ ଯେ ଉଲ୍ଲେଖ କରାଯାଇଥିବା ଆତ୍ମା ହେଉଛନ୍ତି ପବିତ୍ର ଆତ୍ମା, ଯିଏ ଆମ ଜୀବନକୁ ଆସନ୍ତି ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଆମର ପ୍ରଭୁ ଏବଂ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରୁ ।

ଅଭିଜ୍ଞତାର ମୂଲ୍ୟ!

ଆଜି, ବିଶ୍ଵର ଲକ୍ଷ ଲକ୍ଷ ଲୋକ ସେମାନଙ୍କ ହୃଦୟରେ ପ୍ରକୃତ ଆନନ୍ଦ ଅନୁଭବ କରନ୍ତି କାରଣ ସେମାନଙ୍କର ପାପ ଧୋଇ ହୋଇଛି । ସେମାନଙ୍କର ଏହି ଜ୍ଞାନ ଅଛି ଯେ ସେମାନଙ୍କ ଜୀବନ କିମ୍ବା ସେମାନଙ୍କ ଚାରିପାଖରେ ଯାହା ଘଟେ ତାହା ପ୍ରଭୁ ଯୀଶୁଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ଏବଂ ତାହା ସେମାନଙ୍କ ମଙ୍ଗଳ ନିମନ୍ତେ ହୁଏ । ସେମାନଙ୍କ ହୃଦୟରେ ପ୍ରକୃତ ଆନନ୍ଦ ଅଛି କାରଣ ସେମାନେ ଜାଣନ୍ତି ଯେ ମୃତ୍ୟୁ ପରେ ମଧ୍ୟ ସେମାନଙ୍କର ଅନନ୍ତକାଳ ସୁଖରେ ପରିପୂର୍ଣ୍ଣ ।
ଅନ୍ୟ ଏକ ପଦରେ (ଗୀତସଂହିତା ୧୬:୧୧), ଗୀତ ରଚକ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି କହନ୍ତି,
“ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ ।”
ଈଶ୍ଵରଙ୍କଠାରୁ ଆସୁଥିବା ପ୍ରକୃତ ଆନନ୍ଦ, ପୂର୍ଣ୍ଣ, ଅନନ୍ତ ଏବଂ ପବିତ୍ର ଅଟେ । ଅନ୍ୟ କୌଣସି ଅଭିଜ୍ଞତା ଆପଣଙ୍କ ଜୀବନରେ ଏପରି ପୂରଣ କରିପାରିବ ନାହିଁ । ସମସ୍ତ ନିର୍ଯ୍ୟାତନା ସତ୍ତ୍ୱେ ପ୍ରେରିତ ପାଉଲ କୁହନ୍ତି, “ମୃତ୍ୟୁଭୋଗ ଲାଭଜନକ” । ପ୍ରତ୍ୟେକ ମଣିଷର ଚରମ ଭୟ ହେଉଛି ମୃତ୍ୟୁ । କିନ୍ତୁ ଯୀଶୁ ଦେଇଥିବା ଆନନ୍ଦ ମୃତ୍ୟୁକୁ ମଧ୍ୟ ଅତିକ୍ରମ କରିପାରେ ।
ଆପଣ ଏହି ଅନନ୍ତ ଆନନ୍ଦକୁ ଅନୁଭବ କରିବାକୁ ଚାହୁଁଛନ୍ତି କି? ଯୀଶୁଙ୍କୁ ଆପଣ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରନ୍ତୁ । ଆପଣଙ୍କ ସମସ୍ତ ପାପରୁ ମୁକ୍ତି ପାଆନ୍ତୁ, ଆପଣଙ୍କ ଅତୀତ ଲିଭା ଯିବ, ଏବଂ ଆପଣଙ୍କ ନୂତନ ଜନ୍ମ ହେବ ଏବଂ ଆପଣଙ୍କ ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୋଇ ଉଠିବ – “ତାହା ପରିତ୍ରାଣର ଆନନ୍ଦ ।”
“କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ଵିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” ଯୋହନ ୩:୧୬
ସଦାପ୍ରଭୁ ଈଶ୍ଵର ଆପଣଙ୍କ ଜୀବନରେ ଏହି ଅନନ୍ତ ଆନନ୍ଦ ଅନୁଭବ କରିବାକୁ ସାହାଯ୍ୟ କରନ୍ତୁ ।

One comment on “ଆନନ୍ଦର ଅନୁସନ୍ଧାନ: ଆପଣ ଆନନ୍ଦିତ ଅଛନ୍ତି କି ?

Comments are closed.