ସତ୍ୟ ଆପଣଙ୍କୁ ମୁକ୍ତ କରିବ !

ସତ୍ୟ ଆପଣଙ୍କୁ ମୁକ୍ତ କରିବ !

ଯୀଶୁ କହିଲେ “ମୁଁ ପଥ, ସତ୍ୟ ଓ ଜୀବନ ।” – ଯୋହନ ୧୪ : ୬

ପୃଥିବୀର ସମ୍ପୂର୍ଣ୍ଣ ଇତିହାସରେ କେହି ମଧ୍ୟ ଏହିପରି ଅଧିକାରପ୍ରାପ୍ତ ଏବଂ ପ୍ରଭାବଶାଳୀ ଦାବି କରିନାହାଁନ୍ତି । ଅନେକେ ପଥ ଦେଖାଇବାକୁ ଚେଷ୍ଟା କଲେ; କେତେକ ସତ୍ୟକୁ ଅନୁସନ୍ଧାନ କରିବାକୁ ଚେଷ୍ଟା କଲେ ଏବଂ ଅନେକେ ‘ଜୀବନ’ ଏବଂ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି; କିନ୍ତୁ ଯୀଶୁଙ୍କ ବ୍ୟତୀତ କେହି କହି ନାହାନ୍ତିꓽ ‘ମୁଁ ପଥ, ସତ୍ୟ ଓ ଜୀବନ’ ।
ଆପଣ ଏହି ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିପାରନ୍ତି କିମ୍ବା ଆପଣ ତାହାଙ୍କୁ ଗ୍ରହଣ କରିପାରନ୍ତି, ଆପଣ ଯାହା ବି ପସନ୍ଦ କରି ପାରନ୍ତି, କିନ୍ତୁ ଆପଣ ତାଙ୍କୁ ଏଡାଇ ପାରିବେ ନାହିଁ ।
“ପୁଣି ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ ।” – ଯୋହନ ୮:୩୨
କେଉଁଠାରୁ ମୁକ୍ତ?
• ବନ୍ଧନରୁ – ପରମ୍ପରା, ସଂସ୍କୃତି, ଅଭ୍ୟାସ ।
• ଦୋଷର ଭାବନାରୁ – ସିଦ୍ଧ ନ ହେବା ଏବଂ ଲକ୍ଷ୍ୟ ହରାଇବା ।
• ଭୟରୁ – ମୃତ୍ୟୁ, ମୃତ୍ୟୁ ପରେ ଜୀବନ, ଭବିଷ୍ୟତ ଏବଂ ଅଜ୍ଞାତ ।
• ଶୂନ୍ୟତା ଏବଂ ଏକାକୀତାରୁ – ଜୀବନରେ କିଛି ହରାଇବାର ଅନୁଭବ, ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ବ୍ୟର୍ଥ ପ୍ରୟାସରେ ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚେଷ୍ଟା କରିବା ।
• ସମୃଦ୍ଧତା ଏବଂ ସୁସ୍ଥତା ଏବଂ ଉତ୍ତମତାର ଭାବନା ପାଇଁ ଅସନ୍ତୁଷ୍ଟତା ।
• ସୃଷ୍ଟିକର୍ତ୍ତା ଈଶ୍ଵରଙ୍କ ନିକଟବର୍ତ୍ତୀ ରହି ଶାନ୍ତି ପ୍ରାପ୍ତ ନିମନ୍ତେ ବ୍ୟର୍ଥ ପ୍ରୟାସ, ଇତ୍ୟାଦିରୁ ।

ମନୁଷ୍ୟଠାରେ ଦାସତ୍ୱ ଏବଂ ହଜିଯିବାର ଏକ ଭାବନା ଅଛି ଏବଂ ବାଇବଲ ଶିକ୍ଷା ଦିଏ ଯେ ଏହି ହଜିଯିବାର ଭାବନା ଏକ ମୂଳ ତତ୍ତ୍ଵରେ ଆଧାରିତ ଯାହା ବାସ୍ତବରେ କୁହେ ଯେ ଆମେ ଏକ ପତିତ ଜଗତରେ ବାସ କରୁଅଛୁ । ଆମେ ସମସ୍ତେ ଏକ ପାପ ପ୍ରକୃତି ଦ୍ୱାରା ସଂକ୍ରମିତ: “ସମସ୍ତେ ପାପ କରିଛନ୍ତି ଏବଂ ଈଶ୍ଵରଙ୍କ ଗୌରବରୁ ବଞ୍ଚିତ ହୋଇଛନ୍ତି” (ରୋମୀୟ ୨୩: ୩) । ଆମ ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ମଧ୍ୟ ଆମେ ନିଜକୁ ଆମ ସୃଷ୍ଟିକର୍ତ୍ତାଙ୍କଠାରୁ ପୃଥକ କରୁଥିବା ଦୋଷ ଭାରରୁ ମୁକ୍ତ କରିବାରେ ଅସମର୍ଥ ।
ଆମ ପାପ ଦ୍ଵାରା ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱର ସମାଧାନ ନିମନ୍ତେ ଈଶ୍ଵର ଆପଣା ପୁତ୍ରଙ୍କୁ ପଠାଇଲେ । “କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ଵିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ” (ଯୋହନ ୩ꓽ୧୬) । ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ହେବା ଦ୍ୱାରା ଆମ ନିମନ୍ତେ ଈଶ୍ଵରଙ୍କ ପାଇଁ ପଥ ପ୍ରସ୍ତୁତ କଲେ । ସେ ଆପଣା ରକ୍ତ ଢାଳି ଆମ ପରିତ୍ରାଣ କିଣିଲେ । ତାହାଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନ ଈଶ୍ଵର ଏବଂ ମାନବତା ମଧ୍ୟରେ ଏକ ନୂତନ ଓ ଅନନ୍ତ ଚୁକ୍ତି ସ୍ଥାପନ କଲା ।
ଯୀଶୁ ଖ୍ରୀଷ୍ଟଙ୍କଠାରେ ବ୍ୟକ୍ତିଗତ ବିଶ୍ଵାସ ହିଁ ଈଶ୍ଵରଙ୍କ ନିକଟକୁ ପ୍ରକୃତ ପଥ । ଆଜି ଆପଣ ନିଜ ଜୀବନ ଏବଂ ହୃଦୟକୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରି ତାହାଙ୍କ ନିକଟକୁ ଆସିପାରିବେ । ବାଇବଲ କହେ:
“ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍, ଯେଉଁମାନେ ତାହାଙ୍କ ନାମରେ ବିଶ୍ଵାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ (ଯୋହନ ୧:୧୨) ।
ଯୀଶୁ ହିଁ ସତ୍ୟ । ତାହାଙ୍କଠାରେ ବିଶ୍ଵାସ କରନ୍ତୁ । ସେ ଆପଣଙ୍କୁ ପ୍ରକୃତରେ ମୁକ୍ତ କରିବେ !